2000+ ମାଗଣା ଓଡ଼ିଆ ପୁସ୍ତକ ଗୁଡିକ ଡାଉନଲୋଡ କରନ୍ତୁ ।

Search : Book, Author Name, Category (e.g. Thriller,Self-help,Novel, Spritual etc.)

Download Odia Book Pdf here

ଓଡ଼ିଆ ରାମାୟଣ ବହି | Odia Ramayan book pdf download

ଓଡ଼ିଆ ରାମାୟଣ ବହି | Odia Ramayan book pdf download

Author:
Price:

Book Description »

Odia Ramayan book

Odia Ramayan Pdf Free Download

Download Ramayana Book in Odia: ଓଡିଆ ରାମାୟଣ ପୁସ୍ତକ 

 About Book: Dasharatha is the King of Ayodhya and has three wives and four sons, Rama, Lakshmana, Bharata and Shatrughana. Rama is the ideal and perfect son, and grows up with his brothers. When he comes of age, he marries Sita, the princess of a nearby kingdom. However, Bharata's mother is Kaikeyi, who resents Rama being the crown prince. She calls up a debt that Dasharatha owes her and asks for Rama to be exiled for fourteen years and her son Bharata be made crown prince instead.

The devastated Dasharatha has no choice and Rama prepares to leave for exile. Sita and Lakshmana will not leave his side however and follow him into the forest. While in the forest, Surphanaka, a female rakshasi (demoness) becomes enamored of Rama and is wounded by Lakshmana while trying to kill Sita. She flees to her brother Khara and asks him to avenge her. However, Khara and his army are defeated by Rama and Lakshmana, and only one member of their entire army survives. This lone soldier flees to the island kingdom of Lanka and begs Surphanaka's brother, the mighty king Ravana to avenge them. Ravana has heard of Sita's beauty and he decides to abduct her. Using trickery and magic, he manages to lure Rama and Lakshmana away from Sita and kidnaps her, taking her away to Lanka.

Ravana kidnaps Sita and slays Jatayu. Rama and Lakshmana travel far and wide searching for Sita but to no avail. Finally, they come upon a band of vanaras or monkey-men who pledge to help him. One of the might warriors of the vanaras, Hanuman, becomes Rama's staunch devotee. The vanaras seek out traces of Sita and find she has been taken to Lanka. Hanuman flies to Lanka and confirms she is imprisoned there. He contacts Sita and informs her of Rama's whereabouts, promising that they will be back to rescue her. Before returning to the mainland, Hanuman sets fire to the whole city of Lanka.

Rama, Lakshmana and the vanar army build a causeway from the tip of India to Lanka. They travel to Lanka, where an epic battle follows between the armies. Ravana is finally killed by Rama, and Sita is freed. They return to Ayodhya, where Bharata returns the crown to Rama. 

ରାମାୟଣ ଓଡିଆ 

Download Odia (Valmiki Ramayan Ebook PDF)

Ramayana Story In Odia: ସରଜୁ ନଦୀ କୂଳରେ ଅବସ୍ଥିତ ଅଯୋଧ୍ୟା ନଗରୀ ହେଉଛି କୋଶଳ ରାଜ୍ୟର ରାଜଧାନୀ । କୋଶଳ ନରେଶ ରାଜା ଦଶରଥଙ୍କ ରାଜତ୍ୱ କାଳରେ ପ୍ରଜାଗଣ ଅତ୍ୟନ୍ତ ସୁଖରେ କାଳାତିପାତ କରୁଥିଲେ । ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା ।

ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ଗ୍ରହଣ କଲେ । ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ୱାରା ନିଶ୍ଚିତ ଥିଲା । ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ । ସମୟକ୍ରମେ ଚାରିପୁଅ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ବିଦ୍ୟାରେ ନିପୁଣତା ହାସଲ କଲେ । ରାମଙ୍କୁ ହୋଇଥାଏ ୧୬ ବର୍ଷ ବୟସ । ଋଷି ବିଶ୍ୱାମିତ୍ର ଦିନେ ରାଜା ଦଶରଥଙ୍କ ଦରବାରକୁ ଆସିଲେ । ବଣରେ ଯଜ୍ଞନଷ୍ଟ କରୁଥିବା ଅସୁର ଗଣଙ୍କୁ ନିପାତ କରିବା ପାଇଁ ସହାୟତା ସ୍ୱରୂପ ସେ ରାଜା ଦଶରଥଙ୍କୁ ପୁତ୍ର ରାମଙ୍କୁ ମାଗିଲେ । ଭ୍ରାତା ଲକ୍ଷ୍ମଣ ରାମଙ୍କୁ ଅନୁସରଣ କରିବାକୁ ଇଚ୍ଛା ପ୍ରକଟ କରନ୍ତେ ରାଜାଙ୍କ ସମ୍ମତି କ୍ରମେ ଋଷି ରାମ ଓ ଲକ୍ଷ୍ମଣଙ୍କୁ ଧରି ବଣକୁ ଚାଲିଗଲେ । ସମୟ କ୍ରମେ ରାମ ଓ ଲକ୍ଷ୍ମଣ ଋଷି ବିଶ୍ୱାମିତ୍ରଙ୍କ ଠାରୁ ବହୁ ଶସ୍ତ୍ର ବିଦ୍ୟା ସହିତ ବିଭିନ୍ନ ଦୈବୀ ଅସ୍ତ୍ର ମଧ୍ୟ ଲାଭ କଲେ ଏବଂ ଋଷିଙ୍କ ହୋମରେ ବିଘ୍ନ ସୃଷ୍ଟି କରୁଥିବା ଅସୁରମାନଙ୍କୁ ନିପାତ କରିବାକୁ ଲାଗିଲେ ।
ରାଜା ଜନକ ହେଉଛନ୍ତି ମିଥିଳା ନରେଶ । ଦିନେ ଜମି କର୍ଷଣ କରୁ କରୁ ରାଜା ଭୂମି ତଳୁ ଝିଅଟିଏ ପାଇ ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଝିଅଟିକୁ ବିଧାତାଙ୍କ ବିଚିତ୍ର ଉପହାର ମନେ କରି ରାଜା ତା ନାଁ ରଖିଲେ ସୀତା । ସଂସ୍କୃତରେ ସୀତା ଶବ୍ଦର ଅର୍ଥ ଭୂମିରେ ସୃଷ୍ଟି ହୋଇଥିବା ଏକ ଫାଟ ବା ସରୁ ଗାତ । ସୀତା ଜନକ ନନ୍ଦିନୀ ଭାବେ ପାଳିତ ହେଲେ । ସୀତାଙ୍କୁ ବିବାହଯୋଗ୍ୟା ଦେଖି ରାଜା ଜନକ ଏକ ସ୍ୱୟଂବର ଆୟୋଜନ କରିବାକୁ ମନସ୍ଥ କଲେ । ସ୍ୱୟମ୍ବର ସହିତ ରାଜା ଏକ ପ୍ରତିଯୋଗିତାର ଆୟୋଜନ କଲେ । ଶିବଙ୍କ ଦୟାରୁ ରାଜା ଏକ ଧନୁ (ଶିବଧନୁ) ପ୍ରାପ୍ତ ହୋଇଥିଲେ । ରାଜା ଘୋଷଣା କଲେ, ଯେ କେହି ଶିବଧନୁର ଗୁଣରେ ତୀର ଯୋଖି ପାରିବ ତାଙ୍କୁ ହିଁ ସୀତା ପତି ରୂପେ ବରଣ କରିବେ । ଖବର ପାଇ ଋଷି ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ଧରି ସ୍ୱୟଂବର ସ୍ଥଳରେ ପହଞ୍ଚିଲେ । ଋଷି ଜାଣିଥିଲେ ଯେ କେବଳ ରାମ ହିଁ ଶିବଧନୁରେ ଗୁଣ ଚଢାଇ ପାରିବେ । ରାମ ଯେତେବେଳେ ଶିବଧନୁରେ ଗୁଣ ଚଢ଼ାଇ ଟଂକାର କରନ୍ତେ, ଶିବଧନୁ ଭାଙ୍ଗି ଚୁରମାର ହୋଇଗଲା । ତତ୍ପରେ ସ୍ୱୟଂବରରେ ସୀତା ରାମଙ୍କୁ ବରଣ କଲେ ଏବଂ ଉର୍ମିଳା ଲକ୍ଷ୍ମଣଙ୍କୁ ବରଣ କଲେ ।

ପରବର୍ତ୍ତୀ ସମୟରେ ଭରତ ମାଣ୍ଡବୀଙ୍କୁ ଏବଂ ଶତୃଘ୍ନ ଶୃତକୀରଟିଙ୍କୁ ବିବାହ କଲେ । ଏହିପରି ଭାବରେ ରାଜା ଜନକଙ୍କ ପୁତ୍ରୀ ଓ ରାଜା ଦଶରଥଙ୍କ ପୁତ୍ରମାନଙ୍କ ବିବାହ ମହା ଆଡମ୍ବରରେ ସମାହିତ ହେବା ପରେ ସମସ୍ତେ ଅଯୋଧ୍ୟାକୁ ଫେରିଲେ । ରାମ ସୀତାଙ୍କର ବିବାହର କିଛି କାଳ ପରେ ବୃଦ୍ଧ ଦଶରଥ ରାମଙ୍କ ହାତରେ ରାଜ୍ୟଭାର ସମର୍ପି ଦେବାକୁ ଇଚ୍ଛା ପ୍ରକଟ କଲେ । ଏ ଖବର ଜାଣି କୋଶଳର ପ୍ରଜା ତଥା ରାଜାଙ୍କ ପାରିଷଦ ବୃନ୍ଦ ଅତ୍ୟନ୍ତ ଆନନ୍ଦିତ ହେଲେ । ହେଲେ ଏକଥା ଶୁଣି କୈକେୟୀଙ୍କ ଦାସୀ ମନ୍ଥରା କୈକେୟୀଙ୍କୁ କୁମନ୍ତ୍ରଣା ଦେବାକୁ ଆରମ୍ଭ କଲେ । ମନ୍ଥରା କଥାରେ କୈକେୟୀ ରାଜା ଦଶରଥଙ୍କୁ ଏକଦା ପ୍ରତିଜ୍ଞା କରିଥିବା ଦୁଇଟି ବର ପ୍ରଦାନ କରିବା ଛଳରେ ଏହି ଦୁଇ ବର ମାଗିଲେ ଯେ, ରାମ ବାର ବର୍ଷ ପାଇଁ ବନବାସ କରିବାକୁ ଯିବେ ଓ ତାଙ୍କ ପୁତ୍ର ଭରତ ରାଜା ହେବେ । ରାଜା ଦଶରଥ ଅତିଶୟ ଦୁଃଖରେ ତାଙ୍କ ସତ୍ୟ ରକ୍ଷା କଲେ ।

ରାମ କିନ୍ତୁ ଧୀର ଚିତ୍ତରେ ପିତୃ-ସତ୍ୟ ପାଳନ ନିମନ୍ତେ କିଞ୍ଚିତେ ଦୁଃଖ ପ୍ରକାଶ କଲେ ନାହିଁ । ରାମଙ୍କର ଏହି ମହନୀୟତା ହିଁ ସାରା ରାମାୟଣରେ ଅନେକ ରୂପରେ ପ୍ରକାଶିତ ହୋଇଛି । ରାମଙ୍କର ଶତ ବାରଣ ସତ୍ତ୍ୱେ, ବନବାସ ବେଳେ ରାମଙ୍କର ଅନୁସରଣ କରିବା ପାଇଁ ଦେବୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ ଇଚ୍ଛା ପ୍ରକାଶ କଲେ । ରାମଙ୍କର ବାରଣର ଉତ୍ତରରେ ସୀତା କହନ୍ତି, ଆପଣଙ୍କ ପାଦ ଯେଉଁ ବନପ୍ରଦେଶରେ ପଡ଼ିବ ତାହା ମୋ ପାଇଁ ହେବ ଅଯୋଧ୍ୟା ଆଉ ଆପଣଙ୍କ ବିନା ଅଯୋଧ୍ୟା ମଧ୍ୟ ମୋ ପାଇଁ ନର୍କ ସଦୃଶ । ଇତି ମଧ୍ୟରେ ଭରତ, ଯିଏ କି ମାତୁଳଙ୍କ ଗୃହକୁ ବୁଲି ଯାଇଥିଲେ, ଏ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କଲେ । ରାଜା ହେବାର ସୁଯୋଗ ପରିତ୍ୟାଗ କରି ସେ ଭ୍ରାତା ରାମଙ୍କୁ ଦେଖା କରିବା ପାଈଁ ସେ ବନ ଗମନ କରି ରାମଙ୍କୁ ଦେଖା କଲେ । ରାମଙ୍କୁ ବହୁତ ଅନୁନୟ ବିନୟ ପୂର୍ବକ ଫେରିଆସିବାକୁ ଏବଂ ରାଜ୍ୟ ଭାର ଗ୍ରହଣ କରିବାକୁ ଆକୁଳ ପ୍ରାର୍ଥନା କଲେ । କିନ୍ତୁ ରାମ ପିତୃ-ସତ୍ୟ ପାଳନ ନିମନ୍ତେ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବନବାସ ପୂର୍ବରୁ ରାଜ୍ୟକୁ ଫେରିବାକୁ ମନା କରିଦେଲେ । ତେବେ ଏକ ବିରଳ ଭ୍ରାତୃ ଭକ୍ତିର ଉଦାହରଣସ୍ୱରୂପ ଭରତ ଭ୍ରାତା ରାମଙ୍କ କଠଉ ଯୋଡିକ ମସ୍ତକରେ ଧାରଣ ପୂର୍ବକ ଫେରି ଆସିଲେ ଏବଂ ସିଂହାସନରେ ରାମଙ୍କ କଠଉ ସ୍ଥାପନ ପୂର୍ବକ ରାମଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବାକୁ ଲାଗିଲେ ।
ଏହି ସମୟରେ ପଞ୍ଚବଟୀଠାରେ ସୂର୍ପଣଖା, ଯିଏକି ରାବଣର ଭଗିନୀ ଥିଲା, ପହଞ୍ଚି ଲକ୍ଷ୍ମଣଙ୍କୁ ବଧ କରିବାକୁ ମାୟା ବିସ୍ତାର କରିଥିଲା । ହେଲେ ରାମଙ୍କ ଆଦେଶରେ ଲକ୍ଷ୍ମଣ ସୂର୍ପଣଖାର ନାସା ଚ୍ଛେଦନ କରିଥିଲେ । ଇତ୍ୟବସରରେ ରାମ ଓ ଲକ୍ଷ୍ମଣ ଖର, ଦୁଃଷଣ ଆଦି ଅନେକ ରାକ୍ଷସଙ୍କୁ ବଧ କରି ଋଷିମାନଙ୍କର କଷ୍ଟ ଦୂର କରିଥିଲେ । ରାବଣ ଏ ଖବର ପାଇ ରାମ ଲକ୍ଷ୍ମଣଙ୍କୁ ନିପାତ କରିବାପାଇଁ ମାରୀଚ ରାକ୍ଷସ ସହାୟତାରେ ଏକ ଯୋଜନା କଲା । ସୀତା କୁଟୀରରେ ଥିବା ବେଳେ ମାୟାବୀ ମାରୀଚ ଏକ ହେମ ହରିଣୀର ରୂପ ଧାରଣ କରି ସୀତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲା ।

ସୀତାଙ୍କ ଅନୁରୋଧ କ୍ରମେ ରାମ ଲକ୍ଷ୍ମଣଙ୍କୁ ସୀତାଙ୍କ ରକ୍ଷାର ଦାୟୀତ୍ୱ ଦେଇ ମାୟା ମୃଗର ଅନୁସରଣପୂର୍ବକ ବନ ମଧ୍ୟକୁ ଚାଲିଗଲେ । ମାୟାବୀ ରାକ୍ଷସର ଚିତ୍କାରରେ ବିହ୍ୱଳିତ ହୋଇ ସୀତା ଲକ୍ଷଣଙ୍କୁ ରାମଙ୍କ ସହାୟତା ନିମନ୍ତେ ଯିବାକୁ କହିଲେ । ଲକ୍ଷ୍ମଣ କିନ୍ତୁ ରାକ୍ଷସ ମାୟା ବୁଝିପାରି ଦେବୀ ସୀତାଙ୍କୁ ଏକାକିନୀ ଛାଡ଼ି ଯିବାକୁ ମନା କଲେ । ହେଲେ ଦେବୀ ସୀତାଙ୍କ ଆଦେଶ କ୍ରମେ ଲକ୍ଷ୍ମଣ ଅନୋନ୍ୟପାୟ ହୋଇ ସୀତାଙ୍କୁ ଏକାକିନୀ ଛାଡ଼ି ରାମଙ୍କ ସନ୍ଧାନରେ ଚାଲିଗଲେ । ହେଲେ ଯିବା ଆଗରୁ କୁଟୀର ସମ୍ମୁଖରେ ତିନିଟି ଗାର ଟାଣି କୌଣସି ପରିସ୍ଥିତିରେ ମଧ୍ୟ ସେହି ତିନି ଗାର ନ ଡେଇଁବାକୁ ପରାମର୍ଶ ଦେଇ ଗଲେ । ସୀତାଙ୍କୁ ଏକାକିନୀ ଦେଖି ଦୁଷ୍ଟ ରାବଣ ଏକ ସନ୍ୟାସୀ ବେଶରେ କୁଟୀର ସମ୍ମୁଖରେ ହାଜର ହେଲା । ରାବଣ ମାୟାରେ ଦେବୀ ସୀତା ଭିକ୍ଷା ଦେବା ବେଳେ ସେହି ତିନି ଗାର ଡେଇଁବାକ୍ଷଣି ସେ ବଳପୂର୍ବକ ସୀତାଙ୍କୁ ହରଣ କରି ଲଙ୍କାକୁ ନେଇଗଲା । ସୀତା ହରଣର ପ୍ରଥମ ସୋପାନରେ ଜଟାୟୁ ଦେବୀ ସୀତାଙ୍କୁ ରକ୍ଷା କରିବାକୁ ଯାଇ ରାବଣ ସହ ସଂଗ୍ରାମରେ କ୍ଷତାକ୍ତ ହୋଇପଡ଼ିଲା । ଇତିମଧ୍ୟରେ ରାବଣ ସୀତାଙ୍କୁ ନେଇ ଲଙ୍କାସ୍ଥିତ ଅଶୋକ ବନରେ ରଖିଲା । ଜଟାୟୁଠାରୁ ସୀତାହରଣ ଖବର ପାଇ ରାମ ଓ ଲକ୍ଷ୍ମଣ ସୀତାଙ୍କ ସନ୍ଧାନରେ ବାହାରି ପଡ଼ିଲେ । ପଥରେ କବନ୍ଧ ନାମକ ଅସୁର ସହ ଭେଟ ହେବାପରେ କବନ୍ଧର ଅନୁରୋଧକ୍ରମେ ରାମ ଓ ଲକ୍ଷ୍ମଣ ସୁଗ୍ରୀବ ସହ ବନ୍ଧୁତା ସ୍ଥାପନ କରିବା ନିମନ୍ତେ ତାଙ୍କ ସନ୍ଧାନରେ ଚାଲିଲେ ।

ଜାମ୍ବବନ୍ତଙ୍କ ଆଦେଶ ପ୍ରକାରେ ନଳ ଓ ନୀଳ ଦୁଇ ଭାଇ ବାନର ସେନା ସହାୟତାରେ ମହୋଦଧିରେ ସେତୁବନ୍ଧ ବାନ୍ଧିଲେ । ଶ୍ରୀରାମ ସେଠାରେ ଶ୍ରୀ ରାମେଶ୍ୱରଙ୍କ ସ୍ଥାପନା କରି ଭଗବାନ ଶଙ୍କରଙ୍କ ପୂଜା କଲେ ଏବଂ ସେତୁ ବନ୍ଧରେ ବାନର ସେନା ସହ ସମୁଦ୍ର ପାରି ହୋଇ ଲଙ୍କା ଗଡରେ ପ୍ରବେଶ କଲେ । ସମୁଦ୍ର ପାରି ହୋଇ ଶ୍ରୀରାମ ସେଠାରେ ଡେରା ପକାଇଲେ । ଏ କଥା ଜାଣିପାରି ରାବଣ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଲେ । ଶାନ୍ତିର ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଯିବା ପରେ ଯୁଦ୍ଧ ଆରମ୍ଭ ହୋଇଗଲା । ଲକ୍ଷ୍ମଣ ଏବଂ ମେଘନାଦଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ଶକ୍ତିବାଣର ପ୍ରହାରରେ ଲକ୍ଷ୍ମଣ ମୁର୍ଚ୍ଛା ହୋଇଗଲେ । ତାଙ୍କର ଚିକିତ୍ସା ପାଇଁଁ ହନୁମାନ ଶୁଶେଣ ବୈଦ୍ୟଙ୍କୁ ଆଣିଲେ ଏବଂ ସଂଜୀବନୀ ଆଣିବାକୁ ଗଲେ । ଗୁପ୍ତଚରଙ୍କଠାରୁ ସଂଦେଶ ପାଇ ରାବଣ ହନୁମାନଙ୍କ କାର୍ଯ୍ୟରେ ବାଧା ଦେବା ନିମିତ୍ତ କାଳନେମୀକୁ ପ୍ରେରଣ କଲେ । କିନ୍ତୁ ହନୁମାନ କାଳନେମୀକୁ ବଦ୍ଧ କରିଦେଲେ । ଔଷଧୀ ବୃକ୍ଷ ସଂଜୀବନୀ ଚିହ୍ନଟ କରି ନ ପାରି ହନୁମାନ ପୁରା ଗନ୍ଧମାର୍ଦନ ପର୍ବତକୁ ଉଠାଇ ଆଣିଲେ । ପଥରେ ରାଜା ଭରତ ହନୁମାନଙ୍କୁ କେହି ଜଣେ ରାକ୍ଷସ ମନେ କରି ବାଣ ପ୍ରୟୋଗ କରି ମୁର୍ଚ୍ଛିତ କରିଦେଲେ, ହେଲେ ସତ୍ୟ ଜାଣିବା ପରେ ଆଉ ଏକ ବାଣରେ ବସାଇ ତାଙ୍କୁ ଲଙ୍କା ପଠାଇ ଦେଲେ । ଏପଟେ ଔଷଧି ଆସିବାରେ ବିଳମ୍ବ ହେବାର ଦେଖି ରାମ ପ୍ରଳାପ କରିବାକୁ ଲାଗିଲେ । ତେବେ ଠିକ ସମୟରେ ହନୁମାନ ଔଷଧି ବୃକ୍ଷ ସହ ପହଞ୍ଚି ଯିବାରେ ସୁଷେଣ ଔଷଧି ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ସୁସ୍ଥ କରିଦେଲେ । ଇତି ମଧ୍ୟରେ ରାବଣ ଯୁଦ୍ଧ ନିମିତ୍ତ କୁମ୍ଭକର୍ଣ୍ଣଙ୍କୁ ନିଦ୍ରାରୁ ଉଠାଇଲେ । କୁମ୍ଭକର୍ଣ୍ଣ ମଧ୍ୟ ପ୍ରଥମେ ରାବଣଙ୍କୁ ରାମଙ୍କ ସହ ଯୁଦ୍ଧ ନ କରିବାକୁ ବ୍ୟର୍ଥ ପରାମର୍ଶ ଦେଲେ । ଯୁଦ୍ଧରେ କୁମ୍ଭକର୍ଣ୍ଣ ରାମଙ୍କ ହାତରେ ପରମଗତି ପ୍ରାପ୍ତ ହେଲେ । ଯୁଦ୍ଧରେ ଲକ୍ଷ୍ମଣଙ୍କ ହାତରେ ମେଘନାଦଙ୍କର ବଦ୍ଧ ହେଲା । ରାମ ଓ ରାବଣ ମଧ୍ୟରେ ଘୋର ଯୁଦ୍ଧ ହେଲା ଏବଂ ପରିଶେଷରେ ରାମଙ୍କ ହାତରେ ରାବଣଙ୍କ ନିଧନ ହେଲା ।

ମୂଳ ରାମାୟଣ ଗ୍ରନ୍ଥ ଅବଲମ୍ବନରେ ଲିଖିତ ଅନ୍ୟାନ୍ୟ ଗ୍ରନ୍ଥ

  • ବିଚିତ୍ର ରାମାୟଣ ବା ବିଶି ରାମାୟଣ: ବିଶ୍ୱନାଥ ଖୁଣ୍ଟିଆ
  • ସୁଚିତ୍ର ରାମାୟଣ: ହରିହର
  • ସୁଚିତ୍ର ରାମାୟଣ : ବନମାଳୀ
  • ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣ ବା ଓଡ଼ିଆ ରାମାୟଣ: ବଳରାମ ଦାସ
  • କୃଷ୍ଣ ରାମାୟଣ: କୃଷ୍ଣ ଚରଣ ପଟ୍ଟନାୟକ
  • କେଶବ ରାମାୟଣ: କେଶବ ପଟ୍ଟନାୟକ
  • ରାମଚନ୍ଦ୍ର ବିହାର: ଚିନ୍ତାମଣୀ
  • ରଘୁନାଥ ବିଳାସ: ଧନଞ୍ଜୟ ଭଞ୍ଜ
  • ବୈଦେହୀଶ ବିଳାସ: ଉପେନ୍ଦ୍ର ଭଞ୍ଜ
  • ରାମରସାମୃତ ସିନ୍ଧୁ: କାହ୍ନୁ ଦାଶ
  • ରାମରସାମୃତ: ରାମ ଦାସ
  • ରାମଲୀଳା: ପୀତାମ୍ବର ରାଜେନ୍ଦ୍ର
  • ବାଳ ରାମାୟଣ: ବଳରାମ ଦାସ
  • ରାମଲୀଳା : ବୈଶ୍ୟ ସଦାଶିବ
  • ରାମଲୀଳା : ରଘୁନାଥ ଦାସ
  • ରାମଲୀଳା : ବିକ୍ରମ ନରେନ୍ଦ୍ର
  • ରାମଲୀଳା : ପଦ୍ମନାଭ
ବିଭିନ୍ନ ଶୈଳୀ ରେ ରଚିତ ରାମାୟଣ ଡାଉନଲୋଡ କରନ୍ତୁ -Odia Ramayan ebook pdf download, Ramayana Book Odia Download
Shrimad Balmiki Ramayan: ଶ୍ରୀମଦ ବାଲ୍ମୀକି ରାମାୟଣ : ଲେଖା-ଆଦିକବି ବାଲ୍ମୀକି
ଓଡ଼ିଆ: ଲିଙ୍ଗରାଜ ମିଶ୍ର
Balmiki Ramayan Odia ebook pdf Download

0 Reviews