2000+ ମାଗଣା ଓଡ଼ିଆ ପୁସ୍ତକ ଗୁଡିକ ଡାଉନଲୋଡ କରନ୍ତୁ ।

Search : Book, Author Name, Category (e.g. Thriller,Self-help,Novel, Spritual etc.)

Download Odia Book Pdf here

About us

 ଭାରତର ବିଭିନ୍ନ ଶାସ୍ତ୍ରୀୟ ଭାଷା ମଧ୍ୟରେ ଆମ ଭାଷା ଓଡ଼ିଆ ଅନ୍ୟତମ। ଆଜି ତାମିଲ, ତେଲୁଗୁ, ବଙ୍ଗ  ଭାଷୀ, ହିନ୍ଦୀ, ଗୁଜୁରାଟୀ, ମରାଠୀ ଇତ୍ୟାଦି ଭାଷା ବିଶିଷ୍ଟ ଇ-ପୁସ୍ତକ ଅନ୍ତର୍ଜାଳ (Internet) ରେ ଅସଂଖ୍ୟ। ଏମାନଙ୍କ ୱେବସ୍ଥଳୀ ସଂଖ୍ୟା ମଧ୍ୟ ବହୁତ ଅଟେ।

ଦୁଃଖର କଥା ନିଜର କଳା, ସ୍ଥାପତ୍ୟ,ଶାସ୍ତ୍ରୀୟତା, ସାହିତ୍ୟ ଓ ବୀରତ୍ୱପାଇଁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଆମାନଙ୍କ ପାଇଁ ମାତ୍ର କିଛି ହାତ ଗଣତି ୱେବସ୍ଥଳୀ ଉପଲବ୍ଧ ଅଟେ।


ମୁଁ ଓଡିଶାର ପଶ୍ଚିମାଞ୍ଚଳର ଏକ ଛୋଟ ଗ୍ରାମର ଅଧିବାସୀ। ବାଲ୍ୟ ଅବସ୍ଥାରୁ ପୁସ୍ତକ ପଠନ କରିବା ମୋର ଅଭ୍ୟାସ ବା ନିଶା ଥିଲା। ଆର୍ଥିକ ସମସ୍ୟା ମୋତେ ସେଥିରୁ ଅନେକାଂଶ ବଞ୍ଚିତ କରୁଥିଲା। ଏହା କେବଳ ମୋର କାହାଣୀ ନୁହେଁ, ଓଡ଼ିଶାରେ ଏମିତି ହଜାର ହଜାର ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନଙ୍କ ଆର୍ଥିକ ଅବସ୍ଥା ସେତେ ଭଲ ନୁହେଁ। ଏପରି ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ସଂକଳ୍ପ ନେଇ ଏହି ୱେବସାଇଟଟିକୁ ନିର୍ମାଣ କଲି। ହଜାର ହଜାର ପୁସ୍ତକ ଗୁଡିକୁ ଏକାକୀ ଇ-ପୁସ୍ତକରେ ପରିଣତ କରିବା ଅସମ୍ଭବ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ମଧ୍ୟ ଏହାର କାରଣ ହୋଇପାରେ। ଆମ ରାଜ୍ୟରେ ଗୁଡିଏ ସଂସ୍ଥା ଯେମିତି https://odiabibhaba.in ଓ https://odia.org ଏସବୁ କାର୍ଯ୍ୟପାଇଁ ସର୍ବଦା ପ୍ରତିବଦ୍ଧ ଓ ତତ୍ପର। ମୁଁ ସେମାନଙ୍କୁ ତାଙ୍କ ପରିଶ୍ରମ ପାଇଁ ପ୍ରଣାମ ଜଣାଉଛି। ମୋର ଏହି ୱେବସାଇଟରେ ରହିଥିବା ପୁସ୍ତକ ଗୁଡିକୁ ଏଭଳି ସାଇଟରୁ ସଂଗ୍ରହ କରିଅଛି। ଏଗୁଡିକ ପ୍ରାୟ କପି -ରାଇଟ ମୁକ୍ତ ବ୍ୟବହାର ତଥା ପଠନ ଯୋଗ୍ୟ ପୁସ୍ତକ ଅଟେ। ବିଶେଷ ଭାବରେ ଇ-ପୁସ୍ତକ ସଂଗ୍ରହ କରିଥିବା ସାଇଟ ଗୁଡିକ ହେଲା-


ଏହି ୱେବସାଇଟ ପରିଚାଳନା କରୁଥିବା ମହାଶୟ ମାନେ ଦୟାପରବେଶ ହୋଇଥିବାରୁ ମୁଁ କୃତଜ୍ଞ। ବନାନ, ଟଙ୍କଣ କିମ୍ବା ବିରାମ ଚିହ୍ନରେ ତ୍ରୁଟି ଥିଲେ ପାଠକ ବନ୍ଧୁ ମାନେ କ୍ଷମା ଦେବେ।


ଧନ୍ୟବାଦ 

***Thanks for visiting

0 Reviews